ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଢ଼ କୁଇଣ୍ଟାଲ ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ଭଦ୍ରକ: ଅଟୋରେ ଯାଉଥିଲା ନକଲି ଜର୍ଦ୍ଦା, ଅଟୋ ସହ ନକଲି ଜର୍ଦ୍ଦାକୁ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରିଛି ଭଦ୍ରକ ପୁରୁଣାବଜାର ପୋଲିସ । ସୂଚନା ଅନୁଯାୟୀ, ଏକ ଅଟୋ ଯୋଗେ ପୁରୁଣାବଜାର ଥାନା ଲାହାପଟି ଅଞ୍ଚଳରୁ ଯାଜପୁରକୁ ନକଲି ଜର୍ଦ୍ଦା ଚାଲାଣ ହେଉଥିଲା । ଏହି ସମୟରେ ପୁରୁଣାବଜାର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଅଟୋ ମଧ୍ୟରେ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଥିବା ପୋଲିସ ଜାଣିବାକୁ ପାଇବା ପରେ, ନକଲି ଜର୍ଦ୍ଦା ସହ ଅଟୋ କୁ ଜବତ କରିଛି ପୋଲିସ । ପ୍ରାୟ ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ନକଲି ଜର୍ଦ୍ଦା ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁରୁଣାବଜାର ପୋଲିସ । ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.