ପୁଞ୍ଜି ବଜାରରେ ୧.୨୩ ଲକ୍ଷ କୋଟି ନିବେଶ : ଇପିଏଫ୍ଓକୁ ମିଳିଲା ୧୫% ରିଟର୍ଣ୍ଣ

ନୂଆଦିଲ୍ଲୀ : ସମ୍ପ୍ରତି ଘରୋଇ ପୁଞ୍ଜି ବଜାରରେ ଯେଉଁଭଳି ଅସ୍ଥିରତା ଲାଗି ରହିଛି । ସେଥରେ ନିବେଶକମାନେ ସେମାନଙ୍କର ନିବେଶ ଅର୍ଥର ରିଟର୍ଣ୍ଣ ନେଇ ବେଶ ଚିନ୍ତିତ। ଏଭଳି ସମୟରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପୁଞ୍ଜି ବଜାରରେ କରିଥିବା ନିବଶେରୁ ଭଲ ଲାଭ ଉଠାଇଛି। ସୂଚନାନୁଯାୟୀ, ଇପିଏଫ୍ ଓ ପୁଞ୍ଜି ବଜାରରେ ୧୨୩ ଲକ୍ଷ କୋଟି ଟଙ୍କା ନିବେଶ କରିଛି। ଏହି ନିବେଶରୁ ଇପିଏଫ ଓ ବାର୍ଷିକ ହାରରେ ୧୪୬ ପ୍ରତିଶତ ରିଟର୍ଣ୍ଣ ମିଳିଛି। ଏହାଦ୍ଵାରା ଦେଶରେ ରହିଥିବା ଇପିଏଫଓର ୬ କୋଟି ସଦସ୍ୟ ଲାଭବାନ ହେବେ । କେନ୍ଦ୍ର ସରକାର ଭାରତ ୨୨ ଏକ୍ସଚେଞ୍ଜ ଟ୍ରେଡ୍ ପାଣ୍ଠି ଆରମ୍ଭ କରିଥିଲେ। ଭାରତ ୨୨ଇଟିଏଫ୍ ମାଧ୍ୟମରେ ସରକାରୀ କ୍ଷେତ୍ର କମ୍ପାନୀଗୁଡିକରେ ବିନିଯୋଗର ଲକ୍ଷ୍ୟ ପୂରଣକରିବାକୁ କେନ୍ଦ୍ର ସରକାର ଯୋଜନା କରିଥିଲେ।

ମନୋନୀତ ସାର୍ବଜନୀନ କ୍ଷେତ୍ରର କାର୍ଯ୍ୟଦକ୍ଷତା ଉପରେ ଆଧାର କରି ସିପିଏସ୍‌ଇ ଇଟିଏଫ୍ ଗୁଡିକ ପ୍ରକୃତରେ ବିନିଯୋଗ ଉପରେ ରିଟର୍ଣ୍ଣ ପ୍ରଦାନ କରିଥାନ୍ତି। ଭାରତ ୨୨ ଇଟିଏସ୍‌ରେ ପୁଞ୍ଜି ବିନିଯୋଗ ଉପରେ ଇପିଏଫ୍ଓ ବାର୍ଷିକ ୨୧ ପ୍ରତିଶତ ରିଟର୍ଣ୍ଣ ପାଇଛି । ଯଦି ଅମେ ସିପିଏସ୍‌ଇ ବିଷୟରେ କଥା ହେବା, ତେବେ ଇପିଏଫ୍ଓ କୁ ଯଦି ଆମେ ସିପିଏସ୍‌ଇ ଇଟିଏଫ୍ ଏବଂ ଭାରତ ୨୨ ଇପିଏଫ୍ ବିନିଯୋଗକୁ ତୁଳନା କରୁ, ତେବେ ସିପିଏସ୍‌ଇ ଇଟିଏଫ୍ ଓବିଆଇ ମ୍ୟୁଚୁଆଲ୍ ଫଣ୍ଡ ଦ୍ବାରା ପରିଚାଳିତ ହେଉଥିବାବେଳେ ଭାରତ ୨୨ ଇଟିଏଫ୍ ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ ଦ୍ବାରା ପରିଚାଳିତ। ଇପିଏଫ୍‌ଓ କେବଳ ବିନିମୟ ବାଣିଜ୍ୟ ପାଣ୍ଠି ମାଧ୍ୟମରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରିଥାଏ।

୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଇପିଏଫ୍ ଏହାର ବଳାକା ପାଣ୍ଠି ପରେ ୧୫୭୬ ପ୍ରତିଶତ ରିଟର୍ଶ ପାଇଛି। ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ ଏହି ଅର୍ଥ ରାଶିକୁ ନିଫ୍,୫୦ ଏବଂ ସେନ୍‌ସେକ୍ସର ଇଟିଏଫରେ ବିନିଯୋଗ କରିଛି ଇପିଏଫ୍ଓ ଅନୁଯାୟୀ, ୟୁଟିଅଇ ମ୍ୟୁଚୁଆଲ୍ ଫଣ୍ଡ ଦ୍ବାରା ପରିଚାଳିତ ମ୍ୟାନେଜମେଣ୍ଟରୁ ଇପିଏଫ୍ ଓ ୧୬୭୩ ପ୍ରତିଶତ ରିଟନ ପାଇଛି। ସରକାରଙ୍କ ବିନିଯୋଗ ଉଦ୍ଦେଶ୍ୟ ଅନୁଯାୟୀ ସିପିଏସ୍‌ଇ ଇଟିଏଫ୍ ଏବଂ ଭାରତ ୨୨ ଇଟିଏଫ୍ ପ୍ରଚଳନ କରାଯାଇଥିବା ବିଶେଷଜ୍ଞ ମାନେ କହିଛନ୍ତି।

Leave a comment