ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକରୁ ୧ କେଜି ୧୫୯ ଗ୍ରାମ୍ ବ୍ରାଉନସୁଗାର ଜବତ, ୬ ଗିରଫ

କଟକ: ଲାଲବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍କ ର ମିଳିତ ଚଢ଼ାଉରେ କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ ଧଳାଜହର । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ । ଏହି ଘଟଣାରେ ୬ ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଜଳେଶ୍ୱର ଅଞ୍ଚଳରୁ ଆସିଥିଲା ଏହି ବ୍ରାଉନସୁଗର । ଏସବୁକୁ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ଚାଲାଣ ହେବାର ଥିଲା । ତାପୂର୍ବରୁ ଖବର ପାଇ ବ୍ରାଉନସୁଗର ବେପାରଙ୍କ ଉପରେ ଚଢ଼ାଉ କରିଦେଲା ପୋଲିସ । ଧଳାଜହର ବେପାରରେ ଆଉ କାହାର ସଂପୃକ୍ତି ଅଛି ଓ କେବେଠାରୁ ଏହି କାରବାର ଚାଲିଥିଲା ସେନେଇ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁର ଜିଲ୍ଲାର ଥିବାବେଳେ ଜଣେ ପୁରୀ ଓ ଜଣେ କଟକର । ଏମାନଙ୍କ ଭିତରୁ ଦୁଇ ଜଣ ପୂର୍ବରୁ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.